ମଣ୍ଡିରେ ରଖାଯାଇଥିବା ଶହ ଶହ ଭିଜୁଛି ବସ୍ତା ଧାନ

ଅଦିନିଆ ବର୍ଷାରେ ଭିଜିଲା ଧାନ । ମଣ୍ଡିରେ ରଖାଯାଇଥିବା ଶହ ଶହ ବସ୍ତା ଧାନ ଭିଜୁଛି । ନୂଆପଡା ଖଡ଼ିଆଳର ଗଣ୍ଡାବାହାଳୀ ଧାନ ମଣ୍ଡିରେ କୁତ୍ରିମ ବନ୍ୟା l ବର୍ଷା ଯୋଗୁଁ ମଣ୍ଡି ପରିସରରେ ପାଣି ଜମି ରହିଛି । ଚାଷୀମାନେ କୋଦାଳ ସାହାଯ୍ୟରେ ପାଣିକୁ ବାହାର କରୁଛନ୍ତି । ଖୋଲା ଆକାଶ ତଳେ ମଣ୍ଡିରେ ଧାନ ରଖାଯାଇଥିଲା । ଆଉ ଅଦିନିଆ ବର୍ଷା ହେବା ପରେ ଚାଷୀଙ୍କ ଚିନ୍ତା ବଢିଯାଇଛି । ବର୍ଷା ଜାରୀ ରହିଲେ ଧାନ ସବୁ ଗଜା ହେବା ଆଶଙ୍କା କରିଛି ଚାଷୀ l ମଣ୍ଡିରେ ଧାନ ବସ୍ତା ସୁରକ୍ଷା ରେ ରଖିବା ସହ ଶୀଘ୍ର ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି । ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳରେ ଗତକାଲିଠାରୁ ଲାଗି ରହିଛି ବର୍ଷା ।

Leave a Reply

Your email address will not be published. Required fields are marked *